ଜାତୀୟ ଆବାକସ୍ ଟ୍ୟାଲେଣ୍ଟ୍ ହଣ୍ଟ ପରୀକ୍ଷାରେ ଏକ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କ ଅଂଶ ଗ୍ରହଣ

  • April 8, 2025
  • Comment 0

ବ୍ରହ୍ମପୁର, ୨୯/୧୨ (ଅଭିଜିତ କର): ସ୍ଥାନୀୟ ଗୁଡସ ରୋଡ଼ ସ୍ଥିତ ଗୁରୁକୂଳ ଇଣ୍ଟରନ୍ୟାସନାଲ ପବ୍ଲିକ ସ୍କୁଲ ପରିସରରେ ରବିବାର ଇମେଟ ଆବାକସ୍ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ୭ମ ନେସନାଲ ଆବାକାସ ଟାଲେଣ୍ଟ ହଣ୍ଟର ପରୀକ୍ଷା ଏବଂ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୪ଟି ରାଜ୍ୟରୁ ପ୍ରାୟ ଏକ ହଜାରରୁ ଅଧିକା ଛାତ୍ରଛାତ୍ରୀ ଯୋଗଦାନ କରି ପରୀକ୍ଷାରେ ଭାଗ ନେଇଥିଲେ।

ଆଇଏଏପିଏଲର ନିର୍ଦ୍ଦେଶକ ଶ୍ରୀ ମାନସ ରଞ୍ଜନ ସାହୁଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ରୂପେ ଗୁରୁକୂଳ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ ମହାପାତ୍ର, ସମ୍ପାଦିକା ଅନିତା କୁମାରୀ ପାଢି, ଅଧ୍ୟକ୍ଷା ଶ୍ରୀମତୀ ମଧୁସ୍ମିତା ପରିଡା, ଶ୍ରୀମତୀ ସସ୍ମିତା ମହାପାତ୍ର, ଶ୍ରୀ ଅଜିତ୍ ମହାପାତ୍ର, ଡକ୍ଟର୍ ଉମାକାନ୍ତ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ପରୀକ୍ଷା ପୂର୍ବାହ୍ନ ୯ ଘଣ୍ଟା ସମୟରେ ଆରମ୍ଭ ନିର୍ଦ୍ଧାରିତ ସମୟରେ ଶେଷ ହେବା ପରେ ଅପରାହ୍ନ ସମୟରେ ଏକ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥରେ ପ୍ରାୟ ୮୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା।
ସେହିପରି ଏହି ପରୀକ୍ଷାରେ ସଂଯୋଜନା କରିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଆଇଏଏପିଏଲର ନିର୍ଦ୍ଦେଶକ ଶ୍ରୀ ସାହୁ କହିଛନ୍ତି ଯେ, ଏହି ଆବାକସ୍ ଶିକ୍ଷା ପିଲା ମାନଙ୍କ ପାଠପଢ଼ାରେ ମାନସିକ ଅଭିବୃଦ୍ଧି କରାଇଛି ଯାତ୍ରା ଉଦାହରଣ ହେଉଛି ଆଜିର ଏହି ପରୀକ୍ଷା । ଉକ୍ତ ପରୀକ୍ଷାରେ ମୋଟ ୧୦୦ଟି ପ୍ରଶ୍ନକୁ ମାତ୍ର ୧୦ ମିନିଟରେ ସାରିବା ପାଇଁ ସମୟ ନିର୍ଦ୍ଧାରିତ ଥିବା ବେଳେ, ପ୍ରାୟ ୪ଶହରୁ ଉର୍ଦ୍ଧ୍ବ ପିଲା ମାନେ ମାତ୍ର ୪ ମିନିଟ ମଧ୍ୟରେ ହିଁ ସମସ୍ତ ୧୦୦ଟି ପ୍ରଶ୍ନର ଉତ୍ତର ସମ୍ପୂର୍ଣ୍ଣ କରିଥିଲେ ।

ଯାହାଦ୍ବାରା ପିଲା ମାନଙ୍କ ପାଠ ପଢାର ଅଭିବୃଦ୍ଧି ହୋଇଥିବା ସ୍ପଷ୍ଟ ବାରି ହୋଇଛି, ଏଣୁ ଅଭିଭାବକ ମାନଙ୍କୁ ଅନୁରୋଧ ଯେ, ନିଜ ନିଜ ପିଲା ମାନଙ୍କର ଆଗାମୀ ଭବିଷ୍ୟତର ଉନ୍ନତି ପାଇଁ ଇମେଟ୍ ଆବାକସ୍ ଏକାଡେମୀ ସହ ଜଡ଼ିତ ହୋଇ ତାଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ପ୍ରଦର୍ଶନ କରିବା ପାଇଁ ଯଥା ସମ୍ଭବ ପ୍ରଚେଷ୍ଟା କରନ୍ତୁ ବୋଲି ଅନୁରୋଧ କରିଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ଆଇଏଏପିଏଲର ନିର୍ଦ୍ଦେଶକ ଶ୍ରୀ ସାହୁଙ୍କ ନିର୍ଦ୍ଦେନାରେ ଜିଲ୍ଲା ସଂଯୋଜକ ଅନିଲ କୁମାର ପାତ୍ର, ବରୁଣ କୁମାର ପାଣିଗ୍ରାହୀ, ବିଜ୍ଞାନ ଚନ୍ଦ୍ର ମହାରଣା, ରଶ୍ମିତା ପଣ୍ଡା, ଅଶ୍ଵିନୀ କଲୱାନି, ମେହେର କଲୱାନି, ଶୁଭଶ୍ରୀ ନାୟକ, ସ୍ଵର୍ଣ୍ଣଲତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପରିଚାଳନରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *